ଚୁଜି ହେଲେଣି ଆଲିୟା

ଆଲିୟା ଭଟ୍ଟଙ୍କ ଖୁସି ଏବେ କହିଲେ ନ ସରେ। କାରଣ ତାଙ୍କର ନୂଆ ସିନେମା ‘ଗାଙ୍ଗୁବାଈ କାତଆଓ୍ବାଡି’ର ପ୍ରଥମ ଲୁକ୍‌ ରିଲିଜ ହେବା ପରେ ତାହା ଭାଇରାଲ ହୋଇଛି। ଏଥିରେ ତାଙ୍କର ଗେଟ୍‌ ଅପ୍‌କୁ ବେଶ୍‌ ପ୍ରଶଂସା କରାଯାଇଛି। ଏ ସମ୍ପର୍କରେ ଆଲିୟା କହନ୍ତି, ‘ସଞ୍ଜୟ ଲୀଲା ଭଁସାଲୀଙ୍କ ପରି ନିର୍ଦ୍ଦେଶକଙ୍କ କ୍ୟାମ୍ପରେ କାମ କରିବା ସୁଯୋଗ ଭାଗ୍ୟରେ ଥିଲେ ମିଳେ। ମୁଁ ପ୍ରଥମ ଥର ପାଇଁ ତାଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବି। ଗତବର୍ଷ ଦର୍ଶକ ମୋ ଅଭିନୀତ ‘ରାଜି’କୁ ଗ୍ରହଣ କରିଥିଲେ ଏହି ଫିଲ୍ମଟି ମୋତେ ବେଶ୍‌ ମାଇଲେଜ ଦେଇଛି। ତା’ପରେ ଏବେ ‘ଗାଙ୍ଗୁବାଈ କାଠୁଆଓ୍ବାଡି’ରେ ଅଭିନୟ କରିବି। ତେଣୁ ଏହି ଫିଲ୍ମଟି ମଧ୍ୟ ମୋ କ୍ୟାରିୟରରେ ସ୍ମରଣୀୟ ହୋଇ ରହିବ। ଏହାର ଫାଷ୍ଟ ଲୁକ୍‌ ଏବେ ଭାଇରାଲ ୍‌ହୋଇଛି। ଏଣିକି ମୋର କୌଣସି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ସତର୍କ ହେବାକୁ ପଡିବ।’ ଏହି ଫିଲ୍ମଟି ଚଳିତବର୍ଷ ସେପ୍ଟେମ୍ବର ୧୧ରେ ରିଲିଜ ହେବାର ଯୋଜନା ରହିଛି।

Share