ଚୁଜି ହେଲେଣି ଦିଶା

ଏଣିକି ଦିଶା ପଟାନି ବଲିଉଡ୍‌ରେ ଦେଖି ଚାହିଁ ପାଦ ପକାଇବେ। ତାଙ୍କ ଅଭିନୀତ କେତୋଟି ସିନେମା ହିଟ୍‌ ହେବା ପରେ ସେ ନିଜ କ୍ୟାରିୟରକୁ ହାଲ୍‌କା ଭାବରେ ନେବାକୁ ଚାହାନ୍ତି ନାହିଁ ବୋଲି ସେ କହନ୍ତି। ଚଳିତବର୍ଷ ତାଙ୍କ ଅଭିନୀତ ‘ଭାରତ’ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି। କେବଳ ସେତିକି ନୁହେଁ, ସେ ଅଭିନୟ କରିଥିବା ‘ଏମ୍‌.ଏସ୍‌.ଧୋନୀ-ଦ ଅନ୍‌ଟୋଲ୍ଡ ଷ୍ଟୋରି’ ଏବଂ ‘ବାଗୀ-୨’ ମଧ୍ୟ ପୂର୍ବରୁ ଏହି କ୍ଲବରେ ସ୍ଥାନ ଅଧିକାର କରିସାରିଛନ୍ତି। ଏ ନେଇ ଦିଶା କହନ୍ତି, ‘ଏଣୁତେଣୁ ଫିଲ୍ମରେ ଆକ୍ଟିଂ କରି ଶସ୍ତା ଲୋକପ୍ରିୟତା ନେବାକୁ ମୁଁ ଚାହେଁନା। ଏଣିକି ଦେଖିଚାହିଁ ଫିଲ୍ମ ସାଇନ୍‌ କରିବି। କୌଣସି ଫିଲ୍ମରେ ସାଇନ୍‌ କରିବା ପୂର୍ବରୁ ଭଲ ଭାବେ ତର୍ଜମା କରିବି।’ ତେବେ ଦିଶାଙ୍କ ଏହି ନିଷ୍ପତ୍ତି ତାଙ୍କ କ୍ୟାରିୟରକୁ କି ମୋଡ଼ ଦେଉଛି ତାହା ଦେଖିବାକୁ ବାକି ରହିଲା।

Share