ଚୁଡ଼ା ଉତ୍ତପମ୍‌

ଆବଶ୍ୟକ ସାମଗ୍ରୀ
ଚୁଡା: ଅଧା କପ୍‌
ସୁଜି: ଅଧା କପ୍‌
ଦହି: ଅଧା କପ୍‌
ପିଆଜ: ଅଧାକପ୍‌ ଛୋଟ କଟା ହୋଇଥିବା
ବିନ୍ସ, ଗାଜର ଓ କ୍ୟାପ୍ସିକମ୍‌: ଛୋଟ ଛୋଟ କଟା
ଆବଶ୍ୟକ ଅନୁସାରେ ଲୁଣ, ପାଣି ଓ ତେଲ

ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ଚୁଡାକୁ ୨-୩ ମିନିଟ୍‌ ପର୍ଯ୍ୟନ୍ତ ପାଣିରେ ଭିଜାଇ ଦିଅନ୍ତୁ। ଏହାପରେ ପାଣିରୁ ଛାଣି ଚୁଡା ସହିତ ସୁଜି, ଦହି, ଲୁଣ ଓ ପାଣି ମିଶାଇ ଭଲଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ମିଶ୍ରଣକୁ ଅଧଘଣ୍ଟା ରଖି ଦିଅନ୍ତୁ। ଷ୍ଟପିଂ ତିଆରି କରିବା ପାଇଁ ପିଆଜ, ବିନ୍ସ, ଗାଜର, କ୍ୟାପ୍ସିକମ୍‌କୁ ଛୋଟ ଛୋଟ କାଟି ରଖନ୍ତୁ। କଟା ପରିବାରୁ ଅଧା ନେଇ ବଟା ହୋଇଥିବା ମିଶ୍ରଣରେ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ତାୱା ଗରମ କରି ସେଥିରେ ଅଳ୍ପ ତେଲ ପକାନ୍ତୁ। ତିଆରି କରିଥିବା ମିଶ୍ରଣକୁ ସେଥିରେ ଛୋଟ କରି ଢାଳନ୍ତୁ ଓ ଉପରେ କଟା ହୋଇଥିବା ପରିବା ଅଳ୍ପ ପକାଇ ଚାପି ଦିଅନ୍ତୁ। ଏହାପରେ ଦୁଇପଟ ଓଲଟାଇ ବାହାର କରି ଦିଅନ୍ତୁ। ଏହାକୁ ଚଟଣି କିମ୍ବା ସସ୍‌ ସହିତ ଖାଆନ୍ତୁ।