ଚୁପ୍‌ ବସିଥିବା ଶିଶୁଙ୍କୁ ଦେଖି ଚମକି ପଡିଲେ ମା’

କୁଆଲାଲମପୁର,୫।୧୦: ମାଲେସିଆ ମିଡିଆର ସୂଚନା ଅନୁଯାୟୀ, ଦୁଇଟି ଶିଶୁକନ୍ୟା କିଛି ସମୟ ଧରି ଚୁପ୍‌ ହୋଇ ବସିଥିବା ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପିଲାଙ୍କ ମା’ ସେଠାକୁ ଯାଇ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ଶିଶୁକନ୍ୟା ଦୁଇଟି ଚୁପ୍‌ଚାପ୍‌ ବସି ଅସରପା ଖାଉଥିଲେ। ଯାହାକୁ ଦେଖିବା ପରେ ତାଙ୍କ ମା’ ଆଶ୍ଚର୍ଯ୍ୟ ହେବା ସହ ଜୋରରେ ପାଟି କରିଥିଲେ। ତେବେ ସେହି ସମୟର ଦୃଶ୍ୟକୁ ଶିଶୁଙ୍କ ମା’ ନିଜ କ୍ୟାମେରାରେ ଉଠାଇବା ସହ ଏହାକୁ ଫେସବୁକରେ ଅପଲୋଡ କରିଦେଇଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଖୁବ୍‌ କମେଣ୍ଟ ମଧ୍ୟ ମିଳୁଛି। ସବୁଠାରୁ ବଡ କଥା ହେଲା ଉକ୍ତ ମହିଳାଙ୍କ ଘରେ ଆଦୌ ଅସରପା ନ ଥିବା ସେ ପ୍ରକାଶ କରିଛନ୍ତି। କାରଣ ସେ ଦୁଇଦିନ ପୂର୍ବରୁ ଘର ସଫା କରିଥିବା ବେଳେ ଘରୁ ଗୋଟିଏ ହେଲେ ଅସରପା ମିଳି ନ ଥିବା ସେ ଲେଖିଛନ୍ତି।

Share