ଚୁମ୍ବନ ଦିବସ: ଚାଇନାରେ ନୋ କିସିଂ କଟକଣା

ବେଜିଂ,୧୨।୨: ଭାଲେଣ୍ଟାଇନ୍‌ ଓ୍ବିକ୍‌ର ଷଷ୍ଠ ଦିନକୁ କିସ୍‌ ଡେ’ ବା ଚୁମ୍ବନ ଦିବସ ଭାବେ ପାଳନ କରାଯାଇଥାଏ। ପ୍ରେମୀଯୁଗଳ ପରସ୍ପରକୁ ଚୁମ୍ବନ ଦେବାଦ୍ୱାରା ବହୁ ଶାରୀରିକ ସମସ୍ୟା ଦୂର ହୋଇଥାଏ ବୋଲି ଚିକିତ୍ସା ବୈଜ୍ଞାନୀ ମତ ଦେଇଥାନ୍ତି। ଏହା ଅବସାଦ ଦୂର କରିବା ସହିତ ଫୂର୍ତ୍ତି ଆଣିଥାଏ। ତେବେ ଚଳିତ ବର୍ଷ କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଚାଇନା ସରକାର ନୋ କିସିଂ କଟକଣା ଜାରି କରିଛନ୍ତି। ପାଟିର ଲାଳ ଦ୍ୱାରା ଏହି ଭୁତାଣୁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ସୁସ୍ଥ ଲୋକଙ୍କୁ ବ୍ୟାପିବାର ଆଶଙ୍କା ଥିବାରୁ ଚାଇନା ସରକାର ଏଭଳି କଟକଣା ଜାରି କରିଛନ୍ତି। ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ କିସିଂ ଦୃଶ୍ୟକୁ ହଟାଇବା ଲାଗି ଚାଇନା ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଚାଇନାରେ ଭାଲେଣ୍ଟାଇନ୍‌ ଓ୍ବିକ୍‌ର କିସ୍‌ ଡେ’ ପାଳିତ ହେବ ନାହିଁ।

Share