Categories: ଜାତୀୟ

ଚୂଡ଼ାନ୍ତ ପର୍ଯ୍ୟାୟରେ ଅଯୋଧ୍ୟା ଶୁଣାଣି

ନୂଆଦିଲ୍ଲୀ, ୧୪ା୧୦ : ଅଯୋଧ୍ୟା ଜମି ବିବାଦର ଚୂଡ଼ାନ୍ତ ଶୁଣାଣି ସୋମବାରଠାରୁ ପୁଣି ଆରମ୍ଭ କରାଯିବ। ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍‌ ସମ୍ବେଦନଶୀଳ ହୋଇଥିବାରୁ ଦଶହରା ଛୁଟି ପରେ ସିଜେଆଇ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଏହାର ଶୁଣାଣି କରିବେ। ଅକ୍ଟୋବର ୧୭ରେ ଶୁଣାଣି ଶେଷ ହେବାକୁ ଦିନଧାର୍ଯ୍ୟ କରାଯାଇଛି। ଏଥିପାଇଁ ବିବାଦୀୟ ସ୍ଥଳରେ ଅଯୋଧ୍ୟା ଜିଲାପ୍ରଶାସନ ପକ୍ଷରୁ ଡିସେମ୍ବର ୧୦ ଯାଏ ୧୪୪ ଧାରା ଜାରି କରାଯାଇଛି।

Share