Categories: ମେଟ୍ରୋ

ଚେକିଂ: ପଲ୍‌ସର ଯାତ୍ରୀ ହଟହଟା

ଚୋରଗଲା ପରେ ବୁଦ୍ଧି ପଶେ। ଲୁଟ୍‌ ଘଟଣାକୁ ନେଇ ଲୋକେ ତାତିବା ପରେ ପୋଲିସ ବାଉଳା ହୋଇ ବୁଧବାର ଅପରାହ୍ନରୁ ବିଭିନ୍ନ ସ୍ଥାନରେ ଚେକିଂକୁ କଡାକଡି କରିଛି। ଲୁଟେରାମାନେ ପଲ୍‌ସରରେ ଲୁଟ୍‌ପାଟ କରୁଥିବାରୁ ପୋଲିସ ପଲ୍‌ସର ଗାଡି ଦେଖିଲେ ମାଡ଼ି ବସୁଥିଲା। ଅନ୍ୟଗାଡ଼ି ଅପେକ୍ଷା ପଲ୍‌ସର ଗାଡିରେ ଯାଉଥିବା ଲୋକଙ୍କୁ ବହୁ ସମୟ ଧରି ପଚରାଉଚରା ଓ କାଗଜପତ୍ର ଯାଞ୍ଚ କରିଥିଲା। କେତେକ ସ୍ଥାନରେ କେବଳ ପଲସର ବାଇକକୁ ଯାଞ୍ଚକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। କେନାଲ ରୋଡ୍‌ରେ ଚେକିଂବେଳେ ସ୍ଥାନୀୟ ଯୁବକମାନେ ସହଯୋଗ କରିଥିଲେ।

Share