ଚେକ୍‌ ବାଉନ୍ସ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଏକ ଚେକ ବାଉନ୍ସ ମାମଲାରେ ଖଣ୍ଡଗିରି ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଜାଗମରା ଅଞ୍ଚଳର କାଶୀ ବିଶ୍ୱନାଥ ମହାପାତ୍ର। ଅଭିଯୁକ୍ତ କାଶୀ ଜରୁରୀ ଆବଶ୍ୟକତା ଥିବା କହି ସ୍ଥାନୀୟ ଅଞ୍ଚଳର ବିଶ୍ୱଭୂଷଣ ମହାରଣାଙ୍କଠାରୁ ୨ ଲକ୍ଷ ୨୦ ହଜାର ଟଙ୍କା ଉଧାର ନେଇଥିଲେ। ଠିକ ସମୟରେ ଟଙ୍କା ଫେରାଇବାକୁ କହିବା ସହ ସିକ୍ୟୁରିଟି ବାବଦକୁ ୨ଟି ଚେକ ପ୍ରଦାନ କରିଥିଲେ। ମାତ୍ର ଧାର୍ଯ୍ୟ ତାରିଖରେ ଟଙ୍କା ନ ଫେରାଇ କେଉଁଆଡେ ଫେରାର ହୋଇଯାଇଥିଲେ। ତାଙ୍କର ଫୋନ୍‌ ମଧ୍ୟ ସୁଇଚ୍‌ ଅଫ୍‌ ରହିଥିଲା। ବିଶ୍ୱଭୂଷଣ ଟଙ୍କା ଫେରିପାଇବାକୁ ଚେକ ଡିପୋଜିଟ୍‌ କରିଦେଇଥିଲେ। ତାହା ବାଉନ୍ସ ହୋଇଯିବା ପରେ ଗତ ଜୁଲାଇ ୧୬ରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୫୯୨/୧୯ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କାଶୀଙ୍କୁ ଶନିବାର ବିଳମ୍ବିତ ରାତିରେ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିଲା।

Share