Categories: ମେଟ୍ରୋ

ଚେକ ବାଉନ୍ସ ମାମଲାରେ ଜଣେ ଗିରଫ

ପୁରୁଣା ଭୁବନେଶ୍ୱର,୨୨ା୧୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ଥାନା ଅଧୀନ ଶ୍ରୀରାମନଗରର ଜଣେ ମହିଳାଙ୍କଠାରୁ ଧାର ଟଙ୍କା ନେଇ ଚେକ୍‌ ଦେବା ଏବଂ ପରବର୍ତ୍ତୀ ସମୟରେ ୩ଟି ଚେକ୍‌ ବାଉନ୍ସ ହେବା ମାମଲାରେ ପୋଲିସ ଗୁରୁବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ନୟାଗଡ ଜିଲା ରଣପୁର ଥାନା ବାଙ୍କସାହିର ବିଦ୍ୟାଧର ମହାନ୍ତି। ସୂଚନା ମୁତାବକ, ବିଦ୍ୟାଧର ଏବଂ ଅଭିଯୋଗକାରିଣୀ ପୁଷ୍ପଲତା ବିଶ୍ୱାଳ ଗୋଟିଏ ଆପାର୍ଟମେଣ୍ଟରେ ରହୁଥିଲେ। ଉଭୟଙ୍କ ମଧ୍ୟରେ ପରିଚୟ ହେବା ପରେ ୨୦୧୫ରେ ବିଦ୍ୟାଧରଙ୍କୁ ପୁଷ୍ପଲତା ୬ ଲକ୍ଷ ଟଙ୍କା ଧାର ଦେଇଥିଲେ। ପୁଷ୍ପଲତା ଧାର ଟଙ୍କା ମାଗିବାରୁ ବିଦ୍ୟାଧର ଦୁଇଟି ବ୍ୟାଙ୍କ ନାମ ଥିବା ୩ଟି ଚେକ୍‌ ଦେଇଥିଲେ। ୩ଟି ଯାକ ଚେକ ବାଉନ୍ସ ହେବା ପରେ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକ୍ରମେ ନଂ. ୨୩୫/୧୯ରେ ମାମଲା ରୁଜୁ ହୋଇଥିଲା।

Share