ଚେତି ଶୁଇଛେ ବିଭାଗ: ଗାଁ ମଝିରେ ବିପଦ୍‌ ଅବସ୍‌ତାରେ ବିଦ୍ୟୁତ୍‌ ଖୁଁଟା

ବିନିକା,୧୩ା୫(ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ପଁଚେତ୍‌ ଅଧୀନ ଝାରକଦଲିପାଲି ଗାଁ। ଗାଁର ଲୋକ୍‌ ସଂଖ୍ୟା ୧୨ଶହରୁ ଅଧ୍‌କା। ଗାଁର ମୁଖିଆ ରାସ୍‌ତା ମଝିରେ ଗୁଟେ ବିଦ୍ୟୁତ୍‌ ଖୁଁଟା ଅନେକ ବଛର ହେଲା ବିପଦ ଅବସ୍‌ତାରେ ରହିଛେ। ଇ ବାବ୍‌ଦେ ଗାଁବାସୀ ବିଭାଗୀୟ ଅଧ୍‌କାରୀକୁଁ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌।

ସୂଚନା ଅନ୍‌ସାରେ ଝାରକଦଲିପାଲି ଗାଁ ମଝିରେ ଗୁଟେ ବିଦ୍ୟୁତ୍‌ ଖୁଁଟା ବିପଦ ଅବସ୍‌ତାରେ ରହିଛେ। ଆଏଜ୍‌କେ ୪ ବଛର ହେଲା ଖୁଁଟାର ତଲିଆଡ଼ୁ ସିମେଟ ଛାଡ଼ିଯାଇ ଲୁହାଛଡ଼୍‌ ଦିଶୁଛେ। ଇ ଖୁଁଟା ଉପରେ ଦେଇ ଯାଇଥିବାର ତାରରେ ବିଦ୍ୟୁତ୍‌ ସପ୍ଲାଏ ହେଉଛେ। କେତେବେଲେ ଇ ଖୁଁଟା ଧୁକାଗରେଲ, ବରଷା ପାଏନ୍‌ରେ ଢଲିପଡ଼ି ଗାଁବାସୀକର ଲାଗି ବିପଦ୍‌ ଡାକିଆନ୍‌ବା କିଛି କହି ନାଇଁହୁଏ। ଗାଁବାସୀ ଇ ସମସିଆ ବାବ୍‌ଦେ ବାରବାର ବିଭାଗୀୟ ଅଧ୍‌କାରୀକୁଁ ଜନେଇଥିଲେ ବି ତାର ପରତିକାର ବେବସ୍‌ତା ନାଇଁ କରାଯିବାର।  ଯଦି ଇ ଖୁଁଟାର ଲାଗି ଗାଁରେ ଧନ୍‌ ଜୀବନ୍‌ର କ୍ଷୟକ୍ଷତି ହେଲା ସେଥିରଲାଗି ଥାନୀୟ ବିଦ୍ୟୁତ୍‌ ବିଭାଗ ଦାୟୀ ରହିବା ବଲି ଗାଁବାସୀ କହିଛନ୍‌। ଇ ବାବ୍‌ଦେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ଜେନାକୁଁ ପଚରାଲାରୁ ଝାରକଦଲିପାଲିରେ ୬୩/୧୦୦ କେଭିର ଗୁଟେ ନୂତନ ଟ୍ରାନ୍ସଫର୍ମର ଲଗାଯିବା। ଯେନ୍‌ଟା ମାସେ ଉତାରୁ କାମ୍‌ ହେବା, ସେ ସମିଆରେ ଇ ପୁରନା ଖୁଁଟାକେ ବଦ୍‌ଲେଇ ଦିଆଯିବା ବଲି ସେ କହିଥିଲେ।