Categories: ଜାତୀୟ

ଚେତୁନି ପାକିସ୍ତାନ ପୁଣି କଲା ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁ,୨୨।୧୦: ଭାରତ ପକ୍ଷରୁ ପିଓକେରେ ନିକଟରେ କରାଯାଇଥିବା ମିନି ସର୍ଜିକାଲ ଷ୍ଟ୍ରାଇକ ପରେ ବି ଚେତୁନି ପାକିସ୍ତାନ। ମଙ୍ଗଳବାର ମେନ୍ଧରର ବାଲାକୋଟ ସେକ୍ଟରରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତ ମଧ୍ୟ ଏହାର କଡା ଜବାବ ଦେଇଛି। ଏବେ ଦୁଇ ପଟରୁ ଗୁଳୁଗୋଳା ବର୍ଷଣ ଚାଲିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ରବିବାର ମଧ୍ୟ ପାକିସ୍ତାନ ତଙ୍ଗଧାର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଯେଉଁଥିରେ ଜଣେ ୨ ଯବାନ ଶହୀଦ ହେବା ସହ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହାର ଜବାବରେ ଭାରତୀୟ ସେନା ପିଓକେରେ ଥିବା ପ୍ରାୟ ୪ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଦେଇଥିଲେ।

Share