ପାତ୍ରପୁର/ ଚିକିଟି,୨୧ା୪(ଡି.ଏନ୍.ଏ.)- ଏଗାର ଶହ କିଲୋମିଟରରୁ ଉର୍ଦ୍ଧ୍ୱ ରାସ୍ତା ସାଇକେଲରେ ଅତିକ୍ରମ କରି ଚେନ୍ନାଇରୁ ୭ଜଣ ଯୁବକ ଚିକିଟି ବ୍ଲକର ସୋରଳ ଗ୍ରାମରେ ପହଞ୍ଚତ୍ଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୋରଳ ମୁକ୍ତେଶ୍ୱର ବିଦ୍ୟପୀଠ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିବା ଏହି ଯୁବକମାନେ ଲକ୍ଡାଉନ ପରେ ସାଇକେଲରେ ସୁଦୀର୍ଘ ପଥ ଲୁଚିଛପି ପୋଲିସ, ପ୍ରଶାସନ ନଜର ଆଢୁଆଳରେ ଆସି ଗଁାରେ ପହଞ୍ଚତ୍ଛନ୍ତି। ଦିନକୁ ପ୍ରାୟ ୨୦୦କିଲୋମିଟର ରାସ୍ତା ଅତିକ୍ରମ କରୁଥିବା ବେଳେ ରାତିରେ ରାସ୍ତା ପାଖରେ ଯାତ୍ରୀ ବିଶ୍ରାମାଗୃହରେ କିଛି ସମୟ ଶୋଇ ପୁଣି ଯାତ୍ରା ଆରମ୍ଭ କରୁଥିଲେ। ୧୧ଶହ କିମି ରାସ୍ତା ଅତିକ୍ରମ କରିବାକୁ ୬ଦିନ ଲାଗିଥିଲା ବୋଲି କହନ୍ତି ଏହି ଯୁବକମାନେ। ମଙ୍ଗଳବାର ଗଁାରେ ପହଞ୍ଚତ୍ବାପରେ ପ୍ରଶାସନ ପକ୍ଷରୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସେଠାରେ ରହିଲେ ମଧ୍ୟ ଗଁାରେ ପହଞ୍ଚତ୍ ଯାଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି।