Categories: ରାଜ୍ୟ

ଚେନ୍ନାଇରୁ ୨ ଲକ୍ଷ ଟଙ୍କାରେ ଡଙ୍ଗା ଭଡ଼ା କରି ଗଞ୍ଜାମ ଫେରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା ମୁକାବିଲା ଲାଗି ସାରା ଦେଶରେ ଏବେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଫଳରେ ବିଭିନ୍ନ ରାଜ୍ୟରେ ଓଡ଼ିଆମାନେ ଫସି ରହିଛନ୍ତି। ସେମାନେ ଭିଟାମାଟିକୁ ଫେରିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି। ଏହି କ୍ରମରେ ୨ ଲକ୍ଷ ଟଙ୍କାରେ ଏକ ଡଙ୍ଗା ଭଡ଼ା କରି ଶନିବାର ଚେନ୍ନାଇରୁ କିଛି ଶ୍ରମିକ ସମୁଦ୍ର ପଥରେ ଗଞ୍ଜାମ ଫେରିଥିଲେ। ରବିବାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି, ଶ୍ରମିକ ଫେରିଥିବା ଡଙ୍ଗା ଜବତ ହୋଇଛି। ଏପରି ବିପଦ୍‌ଜନକ ଭାବେ ଆସିବା କଥା ନୁହେଁ, ଏଭଳି ସ୍ଥିତି ଆଗରୁ ନ ଥିଲା। ଉପକୂଳରେ ସମୁଦ୍ର ବାଟରେ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ। ପୁଣି ଯଦି କେହି ଆସନ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Share