Categories: ଜାତୀୟ

ଚେନ୍ନାଇରେ ଟ୍ରେନ୍‌ ଯୋଗେ ୧କୋଟି ଲିଟର ପାଣି ପହଞ୍ଚିବ

ଚେନ୍ନାଇ,୨୨।୬: ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଥିବା ଚେନ୍ନାଇବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ କହିଛନ୍ତି ଭେଲୋର ଜିଲାର ଜୋଲାର ପେଟାଇରୁ ଏକ କୋଟି ଲିଟର ପାଣି ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଚେନ୍ନାଇ ପଠାଯିବାର ବ୍ୟବସ୍ଥା କରାଯାଇଛି। ୬ ମାସ ପର୍ଯ୍ୟନ୍ତ ଏହା ଯୋଗାଇ ଦିଆଯିବାକୁ ଥିବା ବେଳେ ଏଥିପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ ଚେନ୍ନାଇ ମେଟ୍ରୋପଲିଟାନ୍‌ ଓ୍ବାଟର ସପ୍ଲାଇ ଆଣ୍ଡ ସିଓ୍ବେଜ ବୋର୍ଡ ସହାୟତା ଯୋଗାଇ ଦେବ।

Share