Categories: ଖେଳ

ଚେନ୍ନାଇରେ ଧୋନୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଚେନ୍ନାଇ,୨ା୩- ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କୁ ସୋମବାର ଚେନ୍ନାଇରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପ୍ରସ୍ତୁତି କରିବା ପାଇଁ ସେ ଏଠାକୁ ଆସିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଅଫିସିଆଲ ଟୁଇଟର ପେଜରେ ଧୋନୀଙ୍କ ଏକ ଭିଡିଓ ଅପଲୋଡ କରାଯାଇଛି। ଧୋନୀ ସିଏସ୍‌କେର ହୋମ ଭେନ୍ୟୁ ଚେପକ ଷ୍ଟାଡିୟମରେ ଆଗାମୀ ଦୁଇ ଦିନ ଧରି ଅଭ୍ୟାସ କରିବେ। ଏ ନେଇ ଫ୍ରାଞ୍ଚାଇଜ ସିଇଓ କାଶି ବିଶ୍ୱନାଥନ ପୂର୍ବରୁ ସ୍ପଷ୍ଟ କରିଛନ୍ତି। ଚଳିତ ମାସ ୧୯ ତାରିଖ ପରେ ସିଏସ୍‌କେର ଟ୍ରେନିଂ କ୍ୟାମ୍ପ ଆରମ୍ଭ ହେବ। ଆଇପିଏଲ ୨୦୨୦ର ମାର୍ଚ୍ଚ ୨୯ ତାରିଖରେ ଉଦ୍‌ଘାଟନୀ ଦିବସରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ସିଏସ୍‌କେ ମଧ୍ୟରେ ଖେଳାଯିବ।

Share