Categories: ଜାତୀୟ

ଚେନ୍ନାଇରେ ପହଞ୍ଚିଲେ ମୋଦି

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ଜି ଜିନପିଙ୍ଗ୍‌ଙ୍କୁ ସ୍ବାଗତ କରିବା ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି। ଚାଇନା ରାଷ୍ଟ୍ରପତି ପାଖାପାଖି ୨ଟାବେଳେ ଆସି ଏଠାରେ ପହଞ୍ଚିବେ। ମୋଦିଙ୍କ ସହ ଅନୌପଚାରିକ ବୈଠକରେ ଯୋଗଦେବା ପାଇଁ ସେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ମାମଲାପୁରମରେ ଆୟୋଜିତ ହେବାକୁ ଥିବା ଏହି ବୈଠକ ଦୁଇ ରାଷ୍ଟ୍ର ମଧ୍ୟରେ ଦୀର୍ଘ ଦିନ ଧରି ରହିଆସିଥିବା ବିବାଦ ହ୍ରାସ କରି ସମ୍ପର୍କ ମଜଭୁତ କରିବାରେ ବଡ ଭୂମିକା ନେବ ବୋଲି କୁହାଯାଉଛି। ଜିନପିଙ୍ଗଙ୍କୁ ସ୍ବାଗତ କରିବା ପାଇଁ ୨୦୦୦ ଛାତ୍ରୀଛାତ୍ର ତାଙ୍କ ଭଳି ମୁଖା ପିନ୍ଧି ଚାଇନା ଭାଷା ମାଣ୍ଡାରିନ ଲିପିରେ ଏକ ଫର୍ମେସନ କରିଛନ୍ତି। ଏହା ପଛକୁ ‘ହାର୍ଟି ୱେଲକମ ବୋଲି ଏକ ଲେଖା ରହିଛି।’ ଏପରି ସ୍ବାଗତ ବ୍ୟତୀତ ଚେନ୍ନାଇ ବିମାନବନ୍ଦର ମଧ୍ୟ ଜିନପିଙ୍ଗଙ୍କୁ ଅପେକ୍ଷା କରି ସଜେଇ ହୋଇ ରହିଛି। ଏହି ଅଞ୍ଚଳରେ କଡା ସୁରକ୍ଷା କରାଯିବା ସହ ଉଭୟ ରାଷ୍ଟ୍ରର ପତାକା ଲଗାଯାଇଛି।

Share