Categories: ଖେଳ

ଚେନ୍ନାଇ ଏଫ୍‌ସିକୁ ମିଳିଲା ପୁରସ୍କାର ରାଶି

ଚେନ୍ନାଇ, ୨୯ା୬ (ପି.ଟି.)- ସିଜନ ୨୦୧୮-୧୯ ଆଇ-ଲିଗ୍‌ ଚାମ୍ପିୟନ ଚେନ୍ନାଇ ସିଟି ଏଫ୍‌ସିକୁ ଶେଷରେ ପୁରସ୍କାର ରାଶି ମିଳିଛି। କ୍ଲବ ତରଫରୁ ଏ ବିଷୟରେ ଘୋଷଣା କରାଯାଇଛି। ଇଷ୍ଟବେଙ୍ଗଲକୁ ପଛରେ ପକାଇ ଚେନ୍ନାଇ ସିଟି ଏଫ୍‌ସି ପ୍ରଥମ ଥର ଆଇ-ଲିଗ୍‌ ଚାମ୍ପିୟନ ହୋଇଥିଲା। ମାତ୍ର ଦଳକୁ ପୁରସ୍କାର ରାଶି ନ ମିଳିଥିବା ଦୁଇ ଦିନ ତଳେ କ୍ଲବ ପ୍ରକାଶ କରିଥିଲା। କମର୍ସିଆଲ ପାର୍ଟନର ଆଇଏମ୍‌ଜି-ରିଲାଏନ୍ସ ଉପରେ ୨୫ କୋଟି ଟଙ୍କା ବାକି ପଡ଼ିଥିବାରୁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି। ଏହି କାରଣରୁ ଆଇ-ଲିଗ୍‌ ବିଜେତା ଚେନ୍ନାଇ ସିଟିକୁ ପୁରସ୍କାର ରାଶି ବାବଦରେ ୧ କୋଟି ଟଙ୍କା ଦିଆଯାଇ ପାରିନାହିଁ। ଏହାଛଡ଼ା ରେଫରିଙ୍କ ପାଉଣା ଏବଂ ଯାତାୟତ ବାବଦରେ ଖର୍ଚ୍ଚ ଭରଣା କରାଯାଇ ପାରୁନାହିଁ ବୋଲି ଖବର ପ୍ରକାଶ ପାଇଥିଲା।

Share