Categories: ଖେଳ

ଚେନ୍ନାଇ ବିପକ୍ଷ ମ୍ୟାଚରେ ଦ୍ରୁତ ବଲ୍‌ ପିଙ୍ଗି ରେକର୍ଡ କଲେ ଉମ୍‌ରାନ

ନୂଆଦିଲ୍ଲୀ,୨।୫: ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆଇପିଏଲ୍‌-୨୦୨୨ ଖେଳୁଥିବା ଦ୍ରୁତ ବୋଲର ଉମ୍‌ରାନ ମଲ୍ଲିକ ରବିବାର ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚରେ ଦ୍ରୁତ ବଲ୍‌ ପିଙ୍ଗି ରେକର୍ଡ ସୃଷ୍ଟି କରିଛନ୍ତି । ଜମ୍ମୁ-କଶ୍ମୀରର ୨୨ ବର୍ଷୀୟ ଉମ୍‌ରାନ ଘଣ୍ଟା ପ୍ରତି ୧୫୪ କି.ମି. ବେଗରେ ବଲ୍‌ ପକାଇଥିଲେ। ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ଦ୍ରୁତ ବୋଲର ଲକି ଫର୍ଗ୍ୟୁସନଙ୍କୁ ସେ ପଛରେ ପକାଇଦେଇଛନ୍ତି।

ଉମ୍‌ରାନ ଦଶମ ଓଭରର ଦ୍ୱିତୀୟ ବଲ୍‌ରେ ଋତୁରାଜ ଗାଏକୱାଡ୍‌ଙ୍କୁ ୧୫୪ କି.ମି. ବେଗରେ ଏକ ବଲ୍‌ ପିଙ୍ଗିଥିଲେ। ଏହାକୁ ଗାଏକଓ୍ବାଡ୍‌ ଚଉକାରେ ପରିଣତ କରିଦେଇଥିଲେ । ୧୯ତମ ଓଭରରେ ଉମ୍‌ରାନ ମହେନ୍ଦ୍ର ସିଂ ଧୋନୀଙ୍କୁ ୧୫୪ କି.ମି. ବେଗରେ ବୋଲିଂ କରିଥିଲେ। ଏହାକୁ ମିଡ୍‌ ଅନ୍‌ରେ ଖେଳି ଧୋନୀ ସିଙ୍ଗଲ ରନ୍‌ କରିଥିଲେ । ଉମ୍‌ରାନ ୪ ଓଭର ବୋଲିଂ କରି ୪୮ ରନ୍‌ ଦେବା ସହ ଉଇକେଟ ନେବାରେ ସଫଳ ହୋଇ ନ ଥିଲେ ।

Share