ଚେନ୍ନାଇ, ମୁମ୍ବାଇ ଆଇପିଏଲ ଫ୍ରାଞ୍ଚଇଜ ମିଶିଲେ ମଧ୍ୟ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ଆଗରେ

ଆଇପିଏଲ ଇତିହାସର ସବୁଠୁ ବଡ଼ ତଥା ଲାଭବାନ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। କିନ୍ତୁ ଦୁଇ ଫ୍ରାଞ୍ଚାଇଜର ବ୍ରାଣ୍ଡ ଭାଲ୍ୟୁ ମିଶିଲେ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ସହ ସମକକ୍ଷ ହୋଇପାରିବେ ନାହିଁ। କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ୧୬୯୪.୭୬ କୋଟି ଟଙ୍କା। ଅନ୍ୟପକ୍ଷରେ ଦୁଇ ଫ୍ରାଞ୍ଚାଇଜର ବ୍ରାଣ୍ଡ ଭାଲ୍ୟୁ ମିଶାଇଲେ ୧୫୪୧ କୋଟି ଟଙ୍କା ହେଉଛି। ଆଇପିଏଲ ଫ୍ରାଞ୍ଚାଇଜଗୁଡ଼ିକ ମଧ୍ୟରେ ମୁମ୍ବାଇ ଦଳର ବ୍ରାଣ୍ଡ ଭାଲ୍ୟୁ ସର୍ବାଧିକ। ଏହାର ଭାଲ୍ୟୁ ୮୦୯ କୋଟି ଟଙ୍କା ହୋଇଥିବାବେଳେ ସିଏସ୍‌କେ ଦଳର ବ୍ରାଣ୍ଡ ଭାଲ୍ୟୁ ୭୩୨ କୋଟି ଟଙ୍କା।

Share