ଚେନ୍‌ ଛିଣ୍ଡାଇ ଟ୍ରକ୍‌ ଭାଙ୍ଗିଲା ନରହନ୍ତା ଦନ୍ତା: କପିଳାସ ପଠାଇ ପାରିଲାନି ବନ ବିଭାଗ

ତାଳଚେର,୨୧।୧(ନି.ପ୍ର.): ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ କପିଳାସ ଚିଡ଼ିଆଖାନା ପଠାଇବାକୁ ବନ ବିଭାଗ ସଫଳ ହୋଇପାରି ନାହିଁ। ହାତୀକୁ କପିଳାସ ନେବା ପାଇଁ ଟ୍ରକ୍‌ରେ ଚଢ଼ାଯାଇଥିଲେ ମଧ୍ୟ ସେ ଚେନ୍‌ ଛିଣ୍ଡାଇ ଉକ୍ତ ଟ୍ରକ୍‌ଟିକୁ ଭାଙ୍ଗି ଦେଇଛି । ହାତୀକୁ ନେବା ପାଇଁ ବର୍ତ୍ତମାନ ଅନିଶ୍ଚିତତା ଦେଖାଦେଇଛି। ତେବେ ପୁଣି ଦନ୍ତାକୁ ନିସ୍ତେଜକ ଦିଆଯିବ କି ନାହିଁ ସେ ନେଇ ଆଲୋଚନା ଚାଲିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନ ୨ଟା ୩୦ମିନିଟ୍‌ରେ ଟ୍ରାଙ୍କୁଲାଇଜର ଦ୍ୱାରା ଦନ୍ତାକୁ ପ୍ରଥମେ ନିସ୍ତେଜକ ଓ ପୁନର୍ବାର ଅପରାହ୍ନ ୩ଟାରେ ଦ୍ୱିତୀୟ ନିସ୍ତେଜକ ଦିଆଯାଇଥିଲା। ତେବେ ଦନ୍ତା ନିସ୍ତେଜ ହେବାପରେ ତାହାର ଗୋଡ଼ ଲୁହା ଚେନ୍‌ରେ ବନ୍ଧାଯାଇ ରାତି ୧୦ଟା ମଧ୍ୟରେ ଟ୍ରକ୍‌ରେ ଢେଙ୍କାନାଳ କପିଳାସ ଚିଡ଼ିଆଖାନା ପଠାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିଲା।

Share