Categories: ଖେଳ

ଚେଲସି ଏଫ୍‌ସି ଭାରତ ଆମ୍ବାସାଡର ଅର୍ଜୁନ କପୁର

ନୂଆଦିଲ୍ଲୀ,୨୦।୧୦- ବଲିଉଡ ଷ୍ଟାର ଅଜୁର୍ନ କପୁରଙ୍କୁ ଇଂଲିଶ ପ୍ରିମିୟର ଲିଗ୍‌ କ୍ଲବ ଚେଲସି ଏଫ୍‌ସି ଦଳର ଭାରତ ପାଇଁ ଆମ୍ବାସାଡର ନିଯୁକ୍ତ କରାଯାଇଛି। ଏ ନେଇ ଅର୍ଜୁନ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ଫଟୋରେ ଅର୍ଜୁନଙ୍କ ସହ ରହିଛନ୍ତି ଚେଲସି ଏଫ୍‌ସି ମ୍ୟାନେଜର ଫ୍ରାଙ୍କ ଲାମ୍ପାର୍ଡ। ଏହାର କ୍ୟାପଶନରେ ସେ ଲେଖିଛନ୍ତି, ଭାରତ ପାଇଁ କ୍ଲବର ଅଫିସିଆଲ ବ୍ରାଣ୍ଡ ଆମ୍ବାସାଡର। ନିଜ ଉପରେ ବିଶ୍ୱାସ କରିବା କଦାପି ଛାଡ଼ନ୍ତୁ ନାହିଁ। କାରଣ ସ୍ବପ୍ନ ସତ ହୁଏ। କେଉଁଭଳି ଖୁସି, ଗର୍ବିତ ଓ ଉତ୍ସାହିତ ଅନୁଭବ କରୁଛି, ତାହା ମୁଁ ପ୍ରକାଶ କରିପାରିବି ନାହିଁ। ଚେଲସି ଏଫ୍‌ସି ଓ ଫ୍ରାଙ୍କ ଲାମ୍ପାର୍ଡଙ୍କୁ ଧନ୍ୟବାଦ୍‌। ୟୁନାଇଟେଡ୍‌ କିଙ୍ଗ୍‌ଡମର କୋଭାମଠାରେ ଚାଲିଥିବା ଚେଲସି ଦଳର ଟ୍ରେନିଂ ସେସନ୍‌ବେଳେ ଏ ନେଇ ଘୋଷଣା ହୋଇଛି। ଆମ୍ବାସାଡର ଭାବେ ଅର୍ଜୁନ ଏକ ଡିଜିଟାଲ ଟକ୍‌ ଶୋରେ ଭାଗନେବେ, ଯେଉଁଥିରେ ସେ ଦଳର ପ୍ରଶଂସକଙ୍କ ସହ ଆଲୋଚନା କରିବେ।

Share