ଚେସ୍‌ ପ୍ରିୟ କ୍ୟାଟ୍ରିନା

ଅଭିନେତ୍ରୀ ହେବା ପୂର୍ବରୁ କ୍ୟାଟ୍ରିନା ଚେସ୍‌ ଖେଳିବାକୁ ପସନ୍ଦ କରୁଥିଲେ। ଏପରି କି ଜଣେ ଭଲ ଚେସ୍‌ ଖେଳାଳି ଭାବରେ ସେ ଅନେକ ଥର ପୁରସ୍କୃତ ହୋଇଛନ୍ତି। ଏଥିପାଇଁ ଥରେ ଆମୀର ଖାନ୍‌ ତାଙ୍କୁ କହିଥିଲେ ‘ତମେ ଯଦି ଆକ୍ଟିଂ କରି ନ ଥିଲେ ଜଣେ ଚେସ ଖେଳାଳି ହୋଇଥାଅନ୍ତ।’ ଅବସର ସମୟରେ କ୍ୟାଟ୍ରିନା ଚିତ୍ର ଆଙ୍କିବାକୁ ପସନ୍ଦ କରନ୍ତି। ତାଙ୍କର ମନପସନ୍ଦର କଳାକାର ହେଲେ ଲିୟୋନିଡୋ ଡି’ କାପ୍ରିଓ (ହଲିଉଡ୍‌) ଏବଂ ମାଧୁରୀ ଦୀକ୍ଷିତ ଓ କାଜୋଲ (ବଲିଉଡ୍‌)। ହଂକଂରେ ଜନ୍ମିତା ଏହି ଅଭିନେତ୍ରୀଙ୍କ କ୍ୟାରିୟର ମଡେଲିଂରୁ ଆରମ୍ଭ ହୋଇଥିଲା। ମାତ୍ର ୧୪ବର୍ଷ ବୟସରେ ତାଙ୍କୁ ପ୍ରଥମେ ମଡେଲିଂ କରିବାର ସୁଯୋଗ ମିଳିଥିଲା। ତାଙ୍କ ଅଭିନୀତ ‘ଚିକିନି ଚମେଲି’ ଗୀତର ପିକ୍ଚରାଇଜେଶନ ୧୦ ଦିନ ବ୍ୟାପୀ ହୋଇଥିଲା। ଆଉ ଏକ ଖାସ୍‌ କଥା ହେଲା, ନିଜ ଅଭିନୀତ ପ୍ରତ୍ୟେକ ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ କ୍ୟାଟ୍ରିନା ବମ୍ବେସ୍ଥିତ ସିଦ୍ଧିବିନାୟକ ମନ୍ଦିର, ମାଉଣ୍ଟ ମେରୀ ଚର୍ଚ୍ଚ ଏବଂ ଆଜେମେରସ୍ଥିତ ଦରଘା ସରିଫକୁ ଯାଇଥାଆନ୍ତି।

Share