ଚେହେରା ଅନୁସାରେ ଇୟରିଂ

ବଜାରରେ ବିଭିନ୍ନ ପ୍ରକାରର ଇୟରିଂ ମିଳିଥାଏ। ହେଲେ କେଉଁ ଇୟରିଂ କିଭଳି ଚେହେରାକୁ ମାନିବ ଏନେଇ ଅନେକେ ଦ୍ୱନ୍ଦ୍ୱରେ ପଡିଯାଆନ୍ତି। ଏହି ଦ୍ୱନ୍ଦ୍ୱକୁ ଦୂରେଇବା ପାଇଁ ଆପଣାନ୍ତୁ ନିମ୍ନୋକ୍ତ କିଛି ଟିପ୍ସ..

ଲମ୍ବା ଚେହେରା – ଯଦି ଆପଣଙ୍କ ଚେହେରାର ଆକାର ଲମ୍ବା ତେବେ ଲମ୍ବା ଇୟର ରିଙ୍ଗ୍‌ସ ପିନ୍ଧନ୍ତୁ ନାହିଁ। ଏହା ବଦଳରେ ଛୋଟ ଛୋଟ ଷ୍ଟଡ୍‌ ବା ଡ୍ରାପ୍‌ ଇୟର ରିଙ୍ଗ୍‌ସ ପିନ୍ଧିପାରିବେ। ଏହା ଆପଣଙ୍କ ଚେହେରାକୁ ଚଉଡା ଦେଖାଇବା ସହ ଏକ ଅଲଗା ଲୁକ୍‌ ଦେଇଥାଏ।
ଓଭାଲ୍‌ ଚେହେରା – ଯଦି ଆପଣଙ୍କ ଚେହେରା ଚଉଡା, ତେବେ ଯେକୌଣସି ଇୟର ରିଙ୍ଗ୍‌ସ ଆପଣଙ୍କୁ ମାନିବ। କିନ୍ତୁ ଧ୍ୟାନ ରଖନ୍ତୁ ଯେପରିକି ବହୁତ ଲମ୍ବା ଇୟର ରିଙ୍ଗ୍‌ସ ପିନ୍ଧିବେ ନାହିଁ। କାରଣ ଏହା ଆପଣଙ୍କ ଚେହେରାକୁ ମାନିବ ନାହିଁ।
ଗୋଲ୍‌ ଚେହେରା – ଯଦି ଆପଣଙ୍କ ଚେହେରା ଗୋଲ୍‌ ଆକାରର, ତେବେ ଏପରି ଇୟର ରିଙ୍ଗ୍‌ସ ପିନ୍ଧନ୍ତୁ ଯାହାଦ୍ୱାରା ଚେହେରା ଫୁଲ୍‌ ଫୁଲ୍‌ ଲାଗିବ। କମ୍‌ ଲମ୍ବା ଥିବା ଏବଂ ଜ୍ୟୋମେଟ୍ରିକାଲ୍‌ ସେପ୍‌ର ଇୟର ରିଙ୍ଗ୍‌ସ ପିନ୍ଧିପାରିବେ। ଏହା ଆପଣଙ୍କୁ ବେଶ୍‌ ମାନିବ।
ଡାଇମଣ୍ଡ୍‌ ଆକାର ଚେହେରା – ଯଦି ଆପଣଙ୍କ ଚେହେରା ଡାଇମଣ୍ଡ୍‌ ଆକାରର ତେବେ ଲମ୍ବା ଏବଂ କଭର୍ସ(ସମ୍ପୂର୍ଣ୍ଣ କାନକୁ କଭର କରୁଥିବା) ଇୟର ରିଙ୍ଗ୍‌ସ ପିନ୍ଧନ୍ତୁ। ଏହା ଆପଣଙ୍କୁ ଭଲ ଲାଗିବ। ଆପଣ ଚାହିଁଲେ ଅଧିକ ଷ୍ଟୋନ୍‌ ଥିବା ବା ହୁପ୍‌ର ଇୟର ରିଙ୍ଗ୍‌ସ ପିନ୍ଧିପାରିବେ।