ଚୈତନ୍ୟଙ୍କ ପରିବାର ଉପରେ ଦୁଃଖର ପାହାଡ଼: ସରକାରୀ ସହାୟତାକୁ ଅପେକ୍ଷା

ଡାବୁଗାଁ,୧୫।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଜୟନ୍ତୀନଗରଠାରେ ଦୀର୍ଘଦିନ ଧରି ବିଛଣାରେ ପଡ଼ିରହିଛନ୍ତି ଚୈତନ୍ୟ ଜାନି। ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ତାଙ୍କ ବାମ ହାତ ଓ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଅର୍ଥାଭାବରୁ ଚିକିତ୍ସା ହୋଇପାରୁ ନ ଥିବା ସେ କହିଛନ୍ତି। ଚୈତନ୍ୟଙ୍କ ଚିକିତ୍ସା ନିମନ୍ତେ ପାଖରେ ଯାହାଥିଲା ସବୁ ବିକି ଭାଙ୍ଗି ସାରିବା ପରେ ଏବେ ସରକାରୀ ସାହାଯ୍ୟକୁ ଚାହିଁ ରହିଛନ୍ତି। ବୋଝ ଉପରେ ଲଳିତା ବିଡ଼ା ସଦୃଶ ଚୈତନ୍ୟଙ୍କ ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ଼ ଖସିପଡ଼ିଛି। କିଛିମାସ ତଳେ ଚୈତନ୍ୟଙ୍କ ୧ବର୍ଷର ନାତିର ରକ୍ତହୀନତାରେ ମୃତ୍ୟୁ ଘଟିଥିଲା। ଚୈତନ୍ୟଙ୍କ ପୁଅ କୁଲି ମଜୁରି କରି ଯାହା ଆଣୁଛନ୍ତି ତାହା ପରିବାର ଭରଣପୋଷଣ ପାଇଁ ନିଅଣ୍ଟ। ଦୁଃଖ ଶୁଣିବାକୁ କେହି ନାହାନ୍ତି। ଖୁବ୍‌ଶୀଘ୍ର ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିଜର ଦୁଃଖ ଜଣାଇବେ ବୋଲି ପରିବାରବର୍ଗ କହିଛନ୍ତି। ଚୈତନ୍ୟଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Share