ଆସିକା,୧୭ା୩(ଡି.ଏନ୍.ଏ.)
କରୋନା ମୁକାବିଲା ନେଇ ସୋମବାର ଆସିକା ବ୍ଲକ ସଭା ଗୃହରେ ପଞ୍ଚାୟତ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳିକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଆସିକା ଏମ୍ପି ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ବାଇଁ, ବ୍ଲକ ଉପାଧ୍ୟକ୍ଷା ସୁଜାତା ସ୍ବାଇଁ, ବିଡିଓ ପ୍ରଦୀପ କୁମାର ପଣ୍ଡା, ତହସିଲଦାର ସଦାନନ୍ଦ ସେଠୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ଥିଲେ ା
କରୋନା ସତର୍କତାମୂଳକ ବ୍ୟବସ୍ଥା ସମ୍ପର୍କରେ ସାଧାରଣରେ ସଚେତନତା ଦୃଷ୍ଟି ଦିଗରେ ପଞ୍ଚାୟତ ପ୍ରତିନିଧିମାନେ ତପତ୍ର ହେବାକୁ ପରାମର୍ଶ ଦିଆଯାଇଥିଲା ା
ମଙ୍ଗଳବାର ମା’ଖମ୍ବେଶ୍ୱରୀଙ୍କ ଚୈତ୍ରପର୍ବରେ ଶ୍ରଦ୍ଧାଳୁଙ୍କ ସମାଗମ ଉପରେ ରୋକ ଲଗାଯାଇଥିଲା ବେଳେ ଆସନ୍ତା ୨୧ ଓ ୨୨ ତାରିଖରେ ହେବାକୁ ଥିବା ବାରୁଣୀ ସ୍ନାନ ଓ ୨୭ ଓ ୨୮ ତାରିଖରେ ଧୋବାପଲ୍ଲୀଠାରେ ହେବାକୁ ଥିବା ରାଜମା ଠାକୁରାଣୀଙ୍କ ଯାତ୍ରା ଲାଗି ମଧ୍ୟ କଟକଣା ଜାରି କରାଯାଇଛି ା