Categories: ବାଣିଜ୍ୟ

ଚୋକ୍‌ସିଙ୍କ ୨୪.୭୭ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୨।୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଠକେଇ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ଦେଶ ତଥା ବିଦେଶରେ ଥିବା ୨୪.୭୭ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି। ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ଦୁବାଇସ୍ଥିତ ୩ ବ୍ୟବସାୟିକ ପ୍ରତିଷ୍ଠାନ, ଏକ ମର୍ସିଡିଜ ବେଞ୍ଜ କାର୍‌ ଓ ଦେଶ ତଥା ବିଦେଶରେ ଥିବା ସାବଧି ଜମା ଖାତାରେ ଥିବା ଟଙ୍କା ରହିଛି। ଇଡି ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ପ୍ରିଭେନ୍ସନ ଅଫ୍‌ ମନିଲଣ୍ଡରିଂ ଅଧୀନରେ ଏ ସମ୍ପର୍କରେ ଅସ୍ଥାୟୀ ନିର୍ଦ୍ଦେଶ ଜାରି କରାଯାଇଥିଲା। ଚୋକ୍‌ସିଙ୍କ ବିରୋଧରେ ମୋଟ ୬୦୯୭.୭୩ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି। ଅଦ୍ୟାବଧି ଇଡି ପକ୍ଷରୁ ୨୫୩୪.୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଭାରତରୁ ପଳାୟନ କରିବା ପରେ ଚୋକ୍‌ସି ବର୍ତ୍ତମାନ ଆଣ୍ଟିଗୁଆରେ ଅବସ୍ଥାନ କରୁଛନ୍ତି।

Share