ଚୋରାବାଲି କାରବାର ଉପରେ ଲାଗିଲା ରୋକ୍‌: ନିଷିଦ୍ଧାଞ୍ଚଳ ଘୋଷଣା , ଖୋଳାଗଲା ଟ୍ରେଞ୍ଜ

ଚମ୍ପୁଆ, ୧୨ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରାଜସ୍ବ ବିଭାଗ ଅଧୀନରେ ରହିଥିବା ଚୋରା ବାଲିଉତ୍ସଗୁଡିକରୁ ନିୟମିତ ଚୋରା ବାଲିଚାଲାଣ ହେଉଥିବା ଜଣାପଡିବା ପରେ ରାଜସ୍ବ ବିଭାଗ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ଚୋରା ବାଲି କାରବାର ହେଉଥିବା ରାସ୍ତାଗୁଡିକରେ ବାଲି ବୋଝେଇ ଗାଡିଗୁଡିକ ଯାତାୟାତ ନ କରିବା ପାଇଁ ଟ୍ରେଞ୍ଚ ଖୋଳାଯାଇଥିବା ବେଳେ ଉକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ସୂଚନାଫଳକ ଲଗାଯାଇଛି।
ଚମ୍ପୁଆ ତହସିଲ ଅଧୀନରେ ଥିବା ମେର୍ମେଦା, ଗୋପୀନାଥପୁର, ଶଶାଙ୍ଗ, ଲକ୍ଷ୍ମୀପଶିରେ ବାଲି ମାଫିଆମାନେ ରାତିରେ ବାଲିଚାଲାଣ କରୁଥିବା ବେଳେ ତହସିଲ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରାଯାଇ ଜରିମାନା ଆଦାୟ କରାଯାଉଛି। ଏହାସତ୍ତ୍ୱେ ମାଫିଆମାନେ ତହସିଲ ବିଭାଗକୁ ଚକ୍‌ମା ଦେଇ ଅନାୟାଶରେ ଏହି କାରବାର କରିଆସୁଛନ୍ତି।