ଚୋରା ଚାଲାଣ କାଠ ଜବତ

କେନ୍ଦୁଝର,୧୯।୨ (ସ୍ବ.ପ୍ର.): କେନ୍ଦୁଝର ବନ ବିଭାଗ ପକ୍ଷରୁ ବିଭିନ ସ୍ଥାନରୁ ଚୋରା ଚାଲାଣ କାଠ ସହିତ ତିନୋଟି ଗାଡି ଜବତ କରାଯାଇଛି। ବାଉରୀପଦା ନିକଟରୁ ଦୁଇଟି ଓ ଜୁଡ଼ିଆରୁ ଗୋଟିଏ ଗାଡି ଜବତ କରାଯାଇଥିବା ବେଳେ ମାଫିଆମାନେ ଫେରାର ହୋଇଯାଇଥିଲେ। ତିନୋଟି ଜିପ୍‌ରୁ ପାଖାପାଖି ୧୦୦ ଫୁଟ କାଠ ଜବତ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ମଙ୍ଗଳବାର ରାତିରେ ଚାଲାଣ ହେଉଥିବା ବେଳେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ପିଛା କରିଥିଲା। ଏହି ଧରପଗଡ଼ ବେଳେ ବନ ବିଭାଗର ଦୁଇଟି ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏସିଏଫ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା ବେଳେ ସଦର ରେଞ୍ଜରର ସମସ୍ତ କର୍ମଚାରୀ ସାମିଲ ଥିବା ଜଣାପଡିଛି। କାଠ ସବୁ ବଂଶପାଳ ଓ ଝାଡ଼ଖଣ୍ଡ ଅଞ୍ଚଳରୁ କେନ୍ଦୁଝର ଦେଇ ଚାଲାଣ ହୋଇଥିବା ଜଣାପଡ଼ିଛି।

Share
Tags: kendujhar'