ଚୋରାଚାଲାଣ କୋଇଲା ବୋଝେଇ ପିକ୍‌ଅପ୍‌ ଅଟକାଇବାକୁ ଉଦ୍ୟମ ବେଳେ ଦୁର୍ଘଟଣା: କନଷ୍ଟେବଳ ଗୁରୁତର

ଭଦ୍ରକ ଅଫିସ,୨୧।୭: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ସାବରଙ୍ଗ ଏରଡ଼ା ନିକଟରେ ରବିବାର ସକାଳେ ଚୋରାଚାଲାଣ ହେଉଥିବା ଏକ କୋଇଲା ବୋଝେଇ ପିକ୍‌ଅପ୍‌ ପୋଲିସ ଅଟକାଇବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ଏଥିରେ ପୋଲିସ କନଷ୍ଟେବଳ ରଜତ ପାଣିଗ୍ରାହୀ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ରଜତ ଉକ୍ତ ଗାଡ଼ିକୁ ଅଟକାଇବାକୁ ଚେଷ୍ଟାକରୁଥିବା ବେଳେ ଗାଡ଼ିଚାଳକ ତାଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲେ। ତେବେ କୋଇଲା ବୋଝେଇ ପିକ୍‌ଅପ୍‌ ରାସ୍ତା କଡରେ ଓଲଟି ପଡ଼ି ଥିବାବେଳେ ପୋଲିସ ଫେରାର ଚାଳକଙ୍କୁ ଖୋଜୁଥିବା ଜଣାପଡ଼ିଛି।

Share