ଚୋରା ବନ୍ଧୁକ ରଖିବା ମାମଲା: ରଞ୍ଜିତା, ଆଲୋକଙ୍କ ଜାମିନ ଆବେଦନ ଖାରଜ

କଟକ ଅଫିସ,୨୦।୪: ଚୋରା ବନ୍ଧୁକ ରଖି ପୋଲିସ ହାତରେ ଗିରଫ ହୋଇଥିବା ସିଏମ୍‌ସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଓ ତାଙ୍କ ସହଯୋଗୀ ଆଲୋକ ପୃଷ୍ଟିଙ୍କ ଜାମିନ ଆବେଦନ ଖାରଜ ହୋଇଛି। କଟକ ସଦର ଏସ୍‌ଡିଜେଏମ୍‌ ଉଭୟଙ୍କ ଜାମିନ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି। ସୂଚନାଥାଉ କି, ରଞ୍ଜିତାଙ୍କ ସମେତ ଆଲୋକଙ୍କୁ ପୋଲିସ ଗତ ୧୦ ତାରିଖରେ ଚୋରା ବନ୍ଧୁକ ରଖିବା ଅଭିଯୋଗରେ ଗିରଫ କରିଥିଲା। ଏହାପୂର୍ବରୁ ମଧ୍ୟ ରଞ୍ଜିତା ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତଙ୍କ ଲିଙ୍କ୍‌ରେ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଜେଲ୍‌ରେ ଥିବା ଧଳସାମନ୍ତ ଭ୍ରାତାଙ୍କ ଅପରାଧ ସାମ୍ରାଜ୍ୟକୁ ରଞ୍ଜିତା ସମ୍ଭାଳୁଥିବା ନେଇ ପୋଲିସ ପାଖରେ ଖବର ପହଞ୍ଚତ୍ଥିଲା।

Share