ଚୋରା ବାଲି ଚାଲାଣ: ୨ ଟ୍ରାକ୍ଟର ଜବତ

ପାଟଣା,୨୧ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ତହସିଲ ଉଦୟପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ବୈତରଣୀ ନଦୀର ଜୁମେଇଁ ଘାଟରୁ ସୋମବାର ପୂର୍ବାହ୍ନରେ ବେଆଇନ ଚୋରା ବାଲି ଚାଲାଣ ବେଳେ ୨ଟି ଟ୍ରାକ୍ଟର ଜବତ ହୋଇଛି। ସାହାରପଡା ତହସିଲଦାର ଲମ୍ବୋଦର ଖୁଣ୍ଟିଆ, ତୁରୁମୁଙ୍ଗା ଥାନାଧିକାରୀ ବରେନ୍ଦ୍ର ଶିଆଳ ଓ ମଲାରପଦା ରାଜସ୍ବ ନିରୀକ୍ଷକ ଶୁଶାନ୍ତ ଦ୍ବିବେଦୀ ମିଳିତଭାବେ ଚଢ଼ାଉ କରିଥିଲେ। ଜବତ ଟ୍ରାକ୍ଟରକୁ ତୁରୁମୁଙ୍ଗା ଥାନାରେ ରଖା ଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି।

Share