ଚୋରା ବାଲି ଡିପୋରେ ଚଢାଉ, ୫୬ହଜାର ଜରିମାନା ଆଦାୟ

ଯୋଡା, ୧୬ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ବଡବିଲ ତହସିଲ ଅନ୍ତର୍ଗତ ବନ୍ଧୁଆବେଡା ତଥା ଆଖପାଖ ଗ୍ରାମରେ କରାଯାଇଥିବା ବେଆଇନ ବାଲି ଡିପୋ ଉପରେ ଶୁକ୍ରବାର ରାଜସ୍ବ ବିଭାଗ ପକ୍ଷରୁ ଚଢାଉ କରାଯାଇ ୫ଜଣଙ୍କଠାରୁ ୫୬ହଜାର ୧୫୦ଟଙ୍କା ଜରିମାନା ଆଦାୟ କରାଯାଇଛି ା ମିଳିଥିବା ସୂଚନା ଅନୁଯାୟୀ, ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇ ଉକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଠୁଳ କରାଯାଇଥିଲା। ୧୪ ଟି ବାଲି ଡିପୋ ଉପରେ ରାଜସ୍ବ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ା ଶୁକ୍ରବାର ରାଜସ୍ବ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଏହି ୧୪ଟି ଡିପୋରେ ୯୬୦ କ୍ୟୁବିକ୍‌ ମିଟର ବାଲି ବେଆଇନ ଭାବେ ରଖାଯାଇଥିବା ଆକଳନ କରାଯାଇଥିଲା। ଏହି ବେଆଇନ କାରବାରରେ ୧୪ଜଣ ସମ୍ପୃକ୍ତ ଥିବା ଜାଣିବା ପରେ ଶୁକ୍ରବାର ସେମାନଙ୍କ ମଧ୍ୟରୁ ୫ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି ା