ଚୋରା ମଦବେପାରୀ ଗିରଫ

ଭଣ୍ଡାରିପୋଖରୀ , ୨୮।୫ (ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଭୁତିଆ ଗ୍ରାମରେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ବୁଧବାର ସନ୍ଧ୍ୟାରେ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଦୁଃଶାସନ ମୁଣ୍ଡା। ଏନେଇ ଥାନାରେ ଏକ ମାମଲା (ନଂ ୯୫/୨୦) ରୁଜୁ କରାଯାଇଛି।