ଚୋରା ମଦଭାଟିରେ ଅବକାରୀ ବିଭାଗର ଚଢ଼ାଉ: ପୋଚ, ଦେଶୀ ମଦ ଜବତ

ଦିଗପହଣ୍ଡି,୧୪। ୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡିମ୍ବୁଳା ପଞ୍ଚାୟତ ନିକଟ ଜଙ୍ଗଲରେ ବହୁଦିନ ଧରି ଚାଲିଥିବା ଚୋରା ମଦଭାଟି ଉପରେ ବୁଧବାର ଭୋର ସମୟରେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ଭାଟିରେ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ପ୍ରାୟ ୧୬୦୦ ଲିଟର ଗୁଡ଼ ମିଶ୍ରିତ ମହୁଆ ପୋଚ, ୨୦ ଲିଟର ଦେଶୀ ମଦ ଓ ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି। ଏହି ଚଢ଼ାଉରେ ବ୍ରହ୍ମପୁର ଅବକାରୀ ଷ୍ଟଇକିଂ ଫୋର୍ସ ଇନ୍ସପେକ୍ଟର ରୋସନ ଇସୁ ହାସଦା, ଚିକିଟି ଅବକାରୀ ଇନ୍ସପେକ୍ଟର ଲକ୍ଷ୍ମଣ କୁମାର ଷଡ଼ଙ୍ଗୀ ପ୍ରମୁଖ ସାମିଲ ଥିଲେ। କେସ ନଂ. ୨୪ /୧୯ରେ ମକଦ୍ଦମା ରୁଜୁ କରାଯାଇଥିଲେ ସୁଦ୍ଧା କାହାରିକୁ ଗିରଫ କରାଯାଇ ନ ଥିବା ଜଣାପଡ଼ିଛି।