ଚୋରା ମଦ ଜବତ: ୩ ଗିରଫ

ଧାମନଗର,୧୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇ ଚୋରା ମଦ ଜବତ ହୋଇଛି। ଏହା ସହ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଭଗବାନପୁରର ରମେଶ ବେହେରା, ଚୁଡାକୁଟିର ଲିପୁନ ଜେନା ଏବଂ ହରିହର ମୁଣ୍ଡା। ଇନ୍ସପେକ୍ଟର ରବୀନ୍ଦ୍ର ପ୍ରଧାନ ଏବଂ ସ୍ପନ୍ଦନ ମହାନ୍ତି ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛନ୍ତି।