ଚୋରା ମଦ ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୮।୫- ଲକ୍‌ଡାଉନ୍‌ ସମୟରେ ବାଲେଶ୍ୱର ସହର ଏବଂ ଗ୍ରାମାଞ୍ଚଳରେ ଦେଶୀ ମଦର ଚୋରା ବ୍ୟବସାୟ ବଢ଼ି ଚାଲୁଥିବା ବେଳେ ଅବକାରୀ କର୍ମଚାରୀମାନଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଅବକାରୀ ବିଭାଗ ଏସ୍‌ପି ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଭ୍ରାମ୍ୟମାଣ ଆଇନ୍‌ ଆଇଆଇସି ଉଦେଲାଲ ନାୟକ ଏକ ଟିମ୍‌ ସହିତ ବିଭିନ୍ନ ଅଞ୍ଚଳ ଚଢାଉ କରି ୬୫୦ ଲିଟର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ଖନ୍ତାପଡ଼ା ଥାନା ଅଞ୍ଚଳ ଇଞ୍ଚୁଡ଼ି ଗ୍ରାମର ଲକ୍ଷ୍ମୀଧର ମଲିକ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।