ଚୋରା ମଦ ବେପାରୀ ଗିରଫ

ଢେଙ୍କିକୋଟ, ୧୯ା୧(ଡି.ଏନ୍‌.ଏ.)- ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ଗ୍ରାମ ପଞ୍ଚାୟତ ପିପିଳିଆଠାରେ ଚୋରାରେ ଦେଶୀ ବିଦେଶୀ ମଦ ବିକ୍ରି ହେଉଥିବା ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ରବିବାର ପୂର୍ବାହ୍ନ ୧୧ଟାବେଳେ ଘଟଗାଁ ପୋଲିସ ସର୍କଲ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଘଟଗାଁ ଥାନା ଆଇଆଇସି ବନ୍ଦନା ପାତ୍ର ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ସଦଳବଳ ପିପିଳିଆ ଗ୍ରାମରେ ଚଢ଼ାଉ କରି ଯମୁନା ବେହେରା (୫୦)ଙ୍କ ଘରୁ ନକଲି ବିଦେଶୀ ମଦ ୪ ବୋତଲ ସହ ଦେଶୀ ମହୁଲି ମଦ ୨୦ ଲିଟର ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି। ଏ ନେଇ ଘଟଗାଁ ଥାନାରେ ଏକ ଅବକାରୀ ମାମଲା (ନଂ.୮/୨୦) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣା ସମ୍ପର୍କରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତଦନ୍ତ ଜାରି ରଖିଛନ୍ତି।

Share