Categories: ରାଜ୍ୟ

ଚୋରି ଉଦ୍ୟମ ବିଫଳ: ଅଭିଯୁକ୍ତ କୋର୍ଟ ଚାଲାଣ

ବିଞ୍ଝାରପୁର/ସିଂହପୁର,୧୪ା୭(ଡି.ଏନ.ଏ.)- ବିଞ୍ଝାରପୁର ଥାନା ଅନ୍ତର୍ଗତ ଅଙ୍ଗାଳୋ ପଞ୍ଚାୟତ ଅଙ୍ଗାଳୋ ଗ୍ରାମରେ ଶୁକ୍ରବାର ରାତିରେ ଚୋରି ଉଦ୍ୟମ କରୁଥିବା ଜଣେ ଯୁବକ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି। ଗ୍ରାମବାସୀ ତାଙ୍କୁ କାବୁକରି ପୋଲିସ ଜିମା ଦେଇଥିଲେ। ଏହି ଘଟଣାରେ ବିଞ୍ଝାରପୁର ପୋଲିସ ଏକ ମାମଲା (ନଂ. ୧୫୫/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ଅଙ୍ଗାଳୋ ଗ୍ରାମର ରସିକବଲ୍ଲବ ରଥ (୨୪)। ପ୍ରକାଶ ଯେ, ରସିକ ଉକ୍ତ ଗ୍ରାମର ପରେଶ ନାୟକଙ୍କ ଘରୁ ଶୁକ୍ରବାର ରାତିରେ ଚୋରି ଉଦ୍ୟମ କରୁଥିଲେ। ଗ୍ରାମବାସୀ ତାଙ୍କୁ ଦେଖି କାବୁ କରିଥିଲେ। ଖବରପାଇ ବିଞ୍ଝାରପୁର ପୋଲିସ ଶନିବାର ସକାଳେ ଘଟଣାସ୍ଥଳରେ ପହଞ୍ଚିି ରସିକଙ୍କୁ ଥାନାକୁ ଆଣିଥିଲା।

Share