Categories: ଅପରାଧ

ଚୋରି ଉଦ୍ୟମ ବିଫଳ: ଯୁବକଙ୍କୁ ଆକ୍ରମଣ କରି ଅଭିଯୁକ୍ତ ଫେରାର

ବଅଁରପାଳ,୨୧।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ନାଲ୍‌କୋ ଥାନା ଅନ୍ତର୍ଗତ ଏକ୍ସିସ୍‌ ବ୍ୟାଙ୍କ ପଛପଟେ ଏକ ଭଡାଘରେ ରହୁଥିବା ସିଦ୍ଧନାଥ ଗିରିଙ୍କ ଘରୁ ସୋମବାର ବିଳମ୍ବିତ ରାତିରେ ଚୋରି ଉଦ୍ୟମ ହୋଇଥିଲା। ମାତ୍ର ସିଦ୍ଧନାଥଙ୍କ ପୁଅ ଆନନ୍ଦ ଏହା ଜାଣିପାରି ଚୋରମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ତେବେ ଚୋରମାନେ ତାଙ୍କୁ ଛୁରିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରତର ଅବସ୍ଥାରେ ଆନନ୍ଦଙ୍କୁ ଚିକିତ୍ସା ପାଇଁ ନାଲ୍‌କୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।