ଚୋରି କଲେ କାଟି ଦିଆଯିବ ହାତ

କାବୁଲ,୩ ।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନ ହେବା ପୂର୍ବରୁ ତାଳିବାନର କ୍ରୁରତା ବାଲା ପଦକ୍ଷେପ ସାମ୍ନାକୁ ଆସିଛି । ଅପରାଧ ପାଇଁ ତାଲିବାନ ପକ୍ଷରୁ ନୂଆ ସଜ୍ଜାର ବ୍ୟବସ୍ଥା କରାଯାଇଛି । ଯଦି କେହି ଚୋରି କରି ଧରାପଡେ ତେବେ ତାଙ୍କର ହାତ କାଟି ଦିଆଯିବ ବୋଲି ତାଲିବାନ ପକ୍ଷରୁ କୁୁହାଯାଇଛି । ତାଲିବାନର ପ୍ରବକ୍ତା ଜବିହୁଲ୍ଲା ଦେଇଥିବା ଏକ ସୂଚନା ଅନୁସାରେ ଆଫଗାନିସ୍ତାନରେ ଏବେ ସିରିୟା ଭଳି ନିୟମ ଲାଗୁ କରାଯିବ । ଜବିହୁଲ୍ଲାହ କହିଛନ୍ତି ଶୁକ୍ରବାର ସରକାର ଗଠନ କରାଯିବ ନାହିଁ । ହେଲେ ନୂଆ ସରକାରଙ୍କ ଦାୟିତ୍ୱ ମୁଲ୍ଲା ବରଦାର ସମ୍ଭାଳିବେ ଓ ଶୁରା କାଉନସିଲ ଆଫଗାନିସ୍ତାନର ଶାସନ ବ୍ୟବସ୍ଥା ସମ୍ଭାଳିବେ । ଖୁବଶୀଘ୍ର ନୂଆ ସରକାର ଗଠନକୁ ନେଇ ଘୋଷଣା କରାଯିବ । ସୂଚନାଯୋଗ୍ୟ, ତାଲିବାନ ଅଗଷ୍ଟ ୧୫ରେ କାବୁଳ ଉପରେ ନିଜର ନିୟନ୍ତ୍ରଣ ଜାହିର କରିଥିଲା । ଏହା ପରେ ଦେଶର ଅଧିକାଂଶ ଅଞ୍ଚଳରେ ବ୍ୟାପକ ଭାବେ ନିଜର ନିୟନ୍ତ୍ରଣ ସ୍ଥାପନ କରି ସାରିଲାଣି । ହେଲେ ତାଲିବାନ ଏପର୍ଯ୍ୟନ୍ତ ପଞ୍ଜଶିର ଘାଟିରେ ପ୍ରବଶେ କରିବାକୁ ଉଦ୍ୟତ ହେଉଥିଲେ ବି ବିଫଳ ହେଉଛି ।

Share