ଚୋରି ଘଟଣାରେ ୪ଗିରଫ: ସୁନା ଅଳଙ୍କାର, ମାରଣାସ୍ତ୍ର ଜବତ

ହିଞ୍ଜିଳିକାଟୁ,୧୦।୬(ଡି.ଏନ୍‌.ଏ.)- ହିଞ୍ଜିଳି ଥାନା ଅଞ୍ଚଳରେ କିଛିଦିନ ଧରି ବିଭିନ୍ନ ଅଞ୍ଚଳରୁ ବାରମ୍ବାର ଚୋରି ହେଉଥିଲା। ରବିବାର ରାତିରେ ହିଞ୍ଜିଳି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୨ ଜଣ ଲୁଟେରାଙ୍କ ସହ ଚୋରା ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ୨ ଜଣ ବେପାରୀଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ବ୍ରହ୍ମପୁର ସଦର ଥାନା ପଲ୍ଲୀପଦ୍ମନାଭପୁର ଗ୍ରାମର କେ. କାହ୍ନା ଓ କୁକୁଡ଼ାଖଣ୍ଡିର ଟି. ଜଳନ୍ଧର। ଏମାନଙ୍କ ଠାରୁ ଚୋରି ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ଆସିକା ଗ୍ରାମର ମନୋଜ ଆଚାରୀ ଓ ରଘୁନାଥ ସାହୁଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ପ୍ରାୟ ୬ ତୋଳା ଓଜନର ସୁନା ଅଳଙ୍କାର ଓ ଘଟଣାରେ ବ୍ୟବହୃତ ସ୍କୃ ଡ୍ରାଇଭର, ଲୁହାରଡ ପୋଲିସ ଜବତ କରିଛି। ଗିରଫମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି। ଘଟଣାରେ ଅନ୍ୟକିଛି ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବା ଆଇଆଇସି ଦାଶ କହିଛନ୍ତି।

Share