ଯୋଡ଼ା, ୨୯।୫ (ଡି.ଏନ.ଏ.)-କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଚୋରମାନେ ଏହାର ଫାଇଦା ପାଇବା ଉଠାଇବା ପାଇଁ ଅଧିକ ସକ୍ରିୟ ହୋଇପଡିଛନ୍ତି। କେନ୍ଦୁଝର ଜିଲା ଯୋଡା ପୋଲିସ ଗୁରୁବାର ଚୋରି ହୋଇଥିବା ଏକ ପିକଅପ୍ ଭ୍ୟାନକୁ ଉଦ୍ଧାର କରିବା ସହିତ ଏଥିରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତ ହେଲେ ହୁଡିସାହିର ପି. ମହାକୁଡ, କୁନ୍ଦୁରୁନାଲାର ବାପି ପାତ୍ର, ହୁଡିସାହିର ବଲବାବୁ, ଯୋଡା ବସ୍ଷ୍ଟାଣ୍ଡର ଚନ୍ଦ୍ରଶେଖର ପ୍ରଧାନ। ପୋଲିସ୍ ସୂଚନାନୁଯାୟୀ, ମେ’ ମାସ ୭ ତାରିଖ ଦିନ ଯୋଡା ସହରର ହୁଡି ସାହିଠାରୁ ଏକ ପିକଅପ ଭ୍ୟାନ୍ ନଂ ଓଆର ୧୧ସି ୧୫୧୯ ଚୋରି ହୋଇଥିବା ନେଇ ଗାଡିର ମାଲିକ ସଞ୍ଜୟ ଗୁପ୍ତା ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଯୋଡା ପୋଲିସ ଛାନଭିନ୍ କରି ଚୋରି ହୋଇଥିବା ପିକଅପ ଭ୍ୟାନକୁ ଉଦ୍ଧାର କରିଥିଲା।