ଚୋରି ସାମଗ୍ରୀ ସହିତ ଚୋର ଗିରଫ

ଜୁନାଗଡ,୨୩।୪(ଡି.ଏନ୍‌.ଏ)- କଳାହାଣ୍ଡି ଜିଲା ଜୁନାଗଡ ଥାନା ବୋଦେଲ ଗ୍ରାମର ଅଜିତ ପଟେଲଙ୍କ ମୋଟର ପମ୍ପ, ଗ୍ୟାସ ସିଲିଣ୍ଡର ଓ ଚୂଲା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ଜୁନାଗଡ ପୋଲିସ ଏକ ମାମଲ ରୁଜୁ କରିିଥିଲା। ବୁଧବାର ଚୋରି ଅଭିଯୋଗରେ ଜୁନାଗଡ ବ୍ଲକ ଚାରବାହାଲ ସାଗରପଡାର ରଜନୀ ଗହୀରଙ୍କୁ ପୋଲିସ ଗିରଫ କରିଛି। ତାଙ୍କଠାରୁ ଚୋରି ସାମଗ୍ରୀ ଜବତ କରାଯାଇଛି। ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।