ଚୋରି ହେଲା ୩୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସୁନା ନିର୍ମିତ ଟଏଲେଟ୍‌

ଲଣ୍ଡନ,୧୫।୯:ବ୍ରିଟେନର ଅକ୍ସଫୋର୍ଡଶାୟରରେ ଥିବା ବ୍ଲେନହେମ୍‌ ପ୍ୟାଲେସ୍‌ରେ ଥିବା ୩୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସୁନା ନିର୍ମିତ ଟଏଲେଟ୍‌ଟି ଚୋରି ହୋଇଯାଇଛି। ୧୮ କ୍ୟାରେଟ୍‌ ସୁନାରେ ନିର୍ମିତ ଏହି ଟଏଲେଟଟି ଇଟାଲୀର ଜଣେ କଳାକାର ମ୍ୟାରିଜିଓ କ୍ୟାଟେଲେନ୍‌ ନିର୍ମାଣ କରିଥିଲେ। ଶନିବାର ଭୋର ୪ଟା ୫୭ରେ ଚୋରି ହୋଇଥିବା ସୂଚନା ମିଳିଥିଲା। ଏହି ମାମଲାରେ ପୋଲିସ ଜଣେ ୬୬ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି। ଏହି ଟଏଲେଟ୍‌ଟି ବ୍ୟବହାର କରାଯାଉଥିଲା। ଏବେ ଯାଏ ଏହାର ସନ୍ଧାନ ମିଳିପାରି ନାହିଁ। ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ବ୍ଲେନହେମ ପ୍ୟାଲେସ୍‌ ବିଶ୍ୱ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଅନ୍ୟତମ। ଯେଉଁଠି ସାର୍‌ ଓ୍ବିନଷ୍ଟନ୍‌ ଚର୍ଚ୍ଚିଲଙ୍କ ଜନ୍ମ ହୋଇଥିଲା।

Share