Categories: ଜାତୀୟ

‘ଚୌକିଦାର ଚୋର୍‌ ହୈ’ ମନ୍ତବ୍ୟ: ରାହୁଲଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ସୁପ୍ରିମ୍‌କୋର୍ଟରେ ମଞ୍ଜୁର

ନୂଆଦିଲ୍ଲୀ,୧୪।୧୧: ସୁପ୍ରିମ୍‌କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନାକୁ ମଞ୍ଜୁର କରିଛନ୍ତି। ସେ ରାଫାଲ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍‌ ହୈ’ ମନ୍ତବ୍ୟ ଦେଇଥିଲେ। ଏହାକୁ ଶୀର୍ଷ ଅଦାଲତ ମଞ୍ଜୁର କରିବା ସହିତ ରାହୁଲଙ୍କୁ ଭବିଷ୍ୟତରେ ଏଭଳି ନ କରିବା ଲାଗି ପରାମର୍ଶ ଦେଇଛନ୍ତି। କଂଗ୍ରେସ ଭଳି ରାଜନୈତିକ ଦଳର ବଡ଼ ନେତାଙ୍କୁ ଏପରି ମନ୍ତବ୍ୟ ଦେବା ପୂର୍ବରୁ ସଚେତନ ହେବାର ଆବଶ୍ୟକତା ରହିଥିବା ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ସୂଚନାଯୋଗ୍ୟ, ୧୦ ଏପ୍ରିଲ୍‌ରେ ରାହୁଲ ରାଫାଲ୍‌ ମାମଲାରେ ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍‌ ହୈ’ ମନ୍ତବ୍ୟ ଦେଇଥିଲେ। ଏନେଇ ଭାଜପା ସଦସ୍ୟ ମୀନାକ୍ଷୀ ଲେଖୀ ସୁପ୍ରିମ୍‌ କୋର୍ଟରେ ଏକ ଅଭିଯୋଗ ଦାଖଲ କରିଥିଲେ।

Share