Categories: କଟକ

ଚୌଦ୍ୱାରରେ ଚିନ୍ତା ବଢାଇଛନ୍ତି ରାଜ୍ୟ ଫେରନ୍ତା

ଚୌଦ୍ୱାର,୧୨।୫(ଡି.ଏନ.ଏ.)-କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା ହୋଇଛି। ଏପରିସ୍ଥିତିରେ ପଞ୍ଜିକୃତ ଓ ଅଣ ପଞ୍ଜିକୃତ ଶ୍ରମିକମାନେ ବହୁ ସଂଖ୍ୟାରେ ଘର ବାହୁଡ଼ା ହେଉଛନ୍ତି। ପ୍ରତିଦିନ ଶହ ଶହ ଶ୍ରମିକ ୫୫ ନଂ.ଜାତୀୟ ରାଜପଥର ଚୌଦ୍ୱାର ସହର ମଧ୍ୟ ଦେଇ ନିଜ ପରିବାର ତଥା ଆତ୍ୟବଶକୀୟ ସାମଗ୍ରୀ ଧରି ଯାଉଥିବା ଦେଖିବାକୁ ମିଳିଛି। ହେଲେ ଏତେ ସଂଖ୍ୟକ ରାଜ୍ୟ ଫେରନ୍ତାଙ୍କୁ ଦେଖି ଚୌଦ୍ୱାରରେ କରୋନା ବ୍ୟାପିବାର ଆଶଙ୍କା ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି ରାସ୍ତାରେ ଗଲାବେଳେ ଶ୍ରମିକମାନେ ବିଭିନ୍ନ ଦୋକାନୀମାନଙ୍କଠାରୁ କାରବାର କରୁଥିବା ଦେଖିବାକୁ ମିଳୁଛି। ଚୌଦ୍ୱାର ପୋଲିସ ଏମାନଙ୍କ ଗତିବିଧି ଉପରେ କୌଣସି ନଜର ଦେଉ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି। ଚୌଦ୍ୱାର ପୌରପାଳିକା ତଥା ଚୌଦ୍ୱାର ପୋଲିସ ଏ ଦିଗରେ ଦୃଷ୍ଟି ଦେବା ପାଇଁ ସହରବାସୀ ଦାବି କରିଛନ୍ତି।