Categories: କଟକ

ଚୌଦ୍ୱାରରେ ଡ୍ରୋନ କରୁଛି ସଚେତନ

ଚୌଦ୍ୱାର,୧୮ା୫(ଡି.ଏନ୍‌.ଏ)-ସାରା ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଦିଗରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରାଯାଇଛି। ଲକ୍‌ଡାଉନରେ ସାମାନ୍ୟ କିଛି ପରିବର୍ତ୍ତନ ତଥା ନୀତିନିୟମକୁ କୋହଳ କରାଯାଇଛି। ହେଲେ ସଂକ୍ରମଣ ନ ବ୍ୟାପିବାର ଦୃଢ ଅସ୍ତ୍ର ହେଉଛି ସାମାଜିକ ଦୂରତା ବଜାୟ ରଖିବା। ଏହାକୁ ନଜରରେ ରଖି ଚୌଦ୍ୱାର ସହରରେ ପୋଲିସ ପକ୍ଷରୁ ସୋମବାର ଡ୍ରୋନ୍‌ କ୍ୟାମେରା ତଥା ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ଅଧିକରୁ ଅଧିକ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି। ଚୌଦ୍ୱାର ଆଇଆଇସି ପଦ୍ମନାଭ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଚୌଦ୍ୱାର ସହରର ପ୍ରମୁଖ ଜନଗହଳି ସ୍ଥାନରେ ଏହି ଡ୍ରୋନ ଯୋଗେ ଲୋକମାନଙ୍କୁ ସାମାଜିକ ଦୂରତା ଉପରେ ସଚେତନତା କରାଯାଉଛି।