ଚୌଦ୍ୱାରରେ ଦୁଇ ଦିନିଆ ଶଟ୍‌ଡାଉନ୍‌ ପ୍ରଭାବ: ରାସ୍ତାଘାଟ ଜନଶୂନ୍ୟ, ଘରୁ ବାହାରିଲେନି ଲୋକେ

ଚୌଦ୍ୱାର,୬।୬(ଡି.ଏନ୍‌.ଏ.): କରୋନା ମହାମାରିକୁ ରୋକିବା ଦିଗରେ ରାଜ୍ୟ ସରକାର ୧୧ ଜିଲାରେ ପ୍ରତ୍ୟେକ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ରଖିବା ପାଇଁ ଘୋଷଣା କରିଛନ୍ତି । ଏହି କ୍ରମରେ କଟକ ଜିଲା ଚୌଦ୍ୱାର ସହରରେ ସଟଡାଉନର ପ୍ରଭାବ ରେ ସାଧାରଣ ଲୋକେ ଘରୁ ପଦାକୁ ବାହାରିନାହାନ୍ତି। ୫୫ନଂ ଜାତୀୟ ରାଜପଥ ଉପରେ କେବଳ ଭାରିଯାନ ଚଳାଚଳ କରୁଥିବା ଦେଖିବାକୁ ମିଳିଥିବା ବେଳେ ରାସ୍ତାଘାଟ ଶୁନଶାନ ରହିଛି। ସେହିଭଳି ଔଷଧ ଦୋକାନଗୁଡିକ ଛାଡ଼ିଦେଲେ ବାକି ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଚୌଦ୍ୱାର ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ କଡା ପହରା ଦିଆଯାଉଛି। ଅମାନିଆଙ୍କୁ ସଚେତନ କରିବା ସହିତ ଜରିମାନା ମଧ୍ୟ ପୋଲିସ ଆଦାୟ କରାଯାଉଥିବା ସୂଚନା ମିଳିଛି ।

Share