ଚୌଦ୍ୱାର ସହରବାସୀଙ୍କୁ ଟ୍ରାଭେରା ଭୟ

ଚୌଦ୍ୱାର,୧୭।୬(ଡି.ଏନ୍‌.ଏ.): ଚୌଦ୍ୱାର ସହରବାସୀଙ୍କୁ ଟ୍ରାଭେରା ଗାଡ଼ି ଛନକା ପଶିଛି। ଯେକୌଣସି ଟ୍ରାଭେରା ଗାଡି ଦେଖିଲେ ପୋଲିସର ଗାଡି ଆସିଲା ଭାବି ଭୟଭୀତ ହୋଇପଡୁଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଗାଡି ଆସିବା ଭାବି ବ୍ୟବସାୟୀ ହେଉ ଅବା ସାଧାରଣଲୋକଙ୍କ ମନରେ ଛନକା ପଶୁଛି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଚୌଦ୍ୱାର ଥାନା କର୍ମଚାରୀ ଏକ ଟ୍ରାଭେରା ଗାଡିକୁ ଭଡା ସୂତ୍ରରେ ବ୍ୟବହାର କରୁଛନ୍ତି । କରୋନା ଜନିତ କଟକଣାକୁ ଅବମାନନା କରୁଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ ଠାରୁ ଆରମ୍ଭ କରି ଯାବତୀୟ ଶୁଳ୍କ ଆଦାୟ ପାଇଁ ଏହି ଟ୍ରାଭେରା ଗାଡି ଦିନ ତମାମ ସହରରୁ ଆରମ୍ଭ କରି ଗ୍ରାମାଞ୍ଚଳ ଘୁରି ବୁଲୁଛି। ଫଳରେ ବର୍ତମାନ ଟ୍ରାଭେରା ଗାଡିକୁ ଦେଖି ଲୋକେ ଭୟ କରୁଥିବା ନେଇ ଅଞ୍ଚଳରେ ଆଲୋଚନା ଜୋର ଧରିଛି ।

Share