Categories: ଜାତୀୟ

ଚୟନାତ୍ମକ ଆକ୍ରୋଶ ଓ ମିଥ୍ୟା ବର୍ଣ୍ଣନାକୁ ବିରୋଧ: ମୁହଁ ଖୋଲିଲେ ୬୨ ସେଲିବ୍ରିଟି

ମୁମ୍ବାଇ,୨୭ା୭(ପି.ଟି.): ସଂଖ୍ୟାଲଘୁ ଓ ଦଳିତଙ୍କ ବିରୋଧରେ ଭିଡ଼ହିଂସାକୁ ନେଇ ୪୯ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ। ଶୁକ୍ରବାର ଏହା ବିରୋଧରେ ୬୨ ସେଲିବ୍ରିଟି ମୁହଁ ଖୋଲିବା ସହ ଏଭଳି ଚୟନାତ୍ମକ ଆକ୍ରୋଶ ଓ ମିଥ୍ୟା ବର୍ଣ୍ଣନାକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି କରାଯାଇଥିବା ସେଲିବ୍ରିଟିମାନେ ଦର୍ଶାଇଛନ୍ତି।
କଙ୍ଗନା ରାନାଓ୍ବତ୍‌, ଗୀତିକାର ପ୍ରସୂନ୍‌ ଜୋଷୀ, ନୃତ୍ୟାଙ୍ଗନା ସୋନାଲ୍‌ ମାନସିଂ, ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାର୍‌କର ଓ ବିବେକ ଅଗ୍ନିହୋତ୍ରୀ ପ୍ରମୁଖ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବି ଖରାପ କରିବା ଓ ପ୍ରଧାନମନ୍ତ୍ରୀଙ୍କ ସକାରାତ୍ମକ ଜାତୀୟତାବାଦ ଓ ସୁଶାସନ ଲାଗି ପ୍ରୟାସକୁ ଆଘାତ ପହଞ୍ଚାଇବା ଲାଗି ପ୍ରୟାସ କରାଯାଉଛି।

Share